ଭୁବନେଶ୍ୱର,ଏନ୍ଏନ୍ଏସ୍: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହସ୍ପିଟାଲରୁ ବାହାରିବା ପରେ ପୁଲିସ ଗିରଫ କରିଛି । ପରେ ପ୍ରଶାନ୍ତଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ । ଏନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ବ୍ଲକ ଅଫିସ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ । ଗାଡ଼ି ମଡ଼ାଇବା ପରେ ସେଠାରେ ଉପସ୍ଥିତ ଥିବା ଲୋକ ତାଙ୍କୁ ନିସ୍ତୁକ ପିଟିଥିଲେ । ଫଳରେ ଗୁରୁତର ହୋଇଥିବା ପ୍ରଶାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି ।