ଭୁୁବନେଶ୍ୱର,ଏନ୍ଏନ୍ଏସ୍: ଜନସାଧାରଣ ଓ ପୁଲିସ କର୍ମଚାରୀଙ୍କ ଉପରେ ଗାଡି ଚଢାଇବା ଘଟଣା। ଏହି ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ବିଧାୟକଙ୍କୁ ବାଣପୁର ସରକାରୀ ଦୌରାଜଜ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ବାଣପୁର ଥାନାରେ ଚିଲିକା ବିଧାୟକଙ୍କୁ ଜାମିନ ମିଳିଛି।
ସୂଚନା ଅନୁସାରେ, ଚିଲିବା ବିଧାୟକ କିଛି ଲୋକଙ୍କ ଉପରେ ଗାଡି ମଡାଇଦେଇଥିଲେ। ପରେ କିଛି ଲୋକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥଲେ। ପରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଫଳରେ ବିଧାୟକଙ୍କୁ ଗିରଫ କରାଯାଇଥିଲା।
ଚଳିତ ମାସ ଦୁଇ ତାରିଖ ଦିନ ବାଣପୁର ଜେଏମଏଫସିଙ୍କ ନିକଟରେ ଜାମିନ ପାଇଂ ଆବେଦନ କରାଯାଇଥିଲା। ମାତ୍ର ବିଚାରପତି ଏହାକୁ ଖାରଜ କରିଥିଲେ। ପରେ ବାଣପୁର ସହକାରୀ ଦୌରା ଜଜଙ୍କ କୋର୍ଟରେ ଜାମିନ ପାଇଁ ୪ ତାରିଖ ଦିନ ଆବେଦନ କରାଯାଇଥିବା ବେଳେ ଆଜି ଏହାର ରାୟ ପ୍ରକାଶ ପାଇଛି।