ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ପାଟଣା ବିଧାୟକ

ପାଟଣା,ଏନ୍ଏନ୍ଏସ୍: ସମଗ୍ର ବିଶ୍ୱ କରୋନା ମହାମାରୀକୁ ନେଇ ସ୍ତବ୍ଧ ହୋଇଯାଇଛି। ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିବାବେଳେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାମିଲ ହୋଇ ସହଯୋଗର ହାତ ବଢ଼ାଇଛନ୍ତି ପାଟଣା ବିଧାୟକ ଜଗନ୍ନାଥ ନାୟକ। ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ନିଜର ୩ମାସର ଦରମା ପ୍ରଦାନ କରିଛନ୍ତି । ମହାମାରୀ କରୋନା ଲଢ଼େଇରେ ନିଜର ଆର୍ଥିକ ଦାୟିତ୍ୱ ନିର୍ବାହ କରି ସମସ୍ତଙ୍କ ସୁରକ୍ଷିତ ଜୀବନ କାମନା କରିଛନ୍ତି ପାଟଣା ବିଧାୟକ ଜଗନ୍ନାଥ ନାୟକ।