ନବରଙ୍ଗପୁର,ଏନ୍ଏନ୍ଏସ: ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ କୃଷି ଶ୍ରମିକଙ୍କୁ ରେନକୋଟ ବାଣ୍ଟିଛନ୍ତି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୃଷି ଶ୍ରମିକଙ୍କୁ ଶ୍ରୀ ରନ୍ଧାରୀ ରେନକୋଟ ବାଣ୍ଟିଛନ୍ତି । ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଯାଇ ବିଲ ପାଖରେ କୃଷି ଶ୍ରମିକଙ୍କୁ ରେନକୋଟ ବାଣ୍ଟୁଛନ୍ତି । ରେନକୋଟ ସହିତ ସେଓବୁନ୍ଦି ଓ ଚା’ ଆଦି ବାଣ୍ଟୁଥିବା ଦେଖିବାକୁ ମିଳୁଛି । କୃଷି ଶ୍ରମିକମାନେ ମଧ୍ୟ ଆନନ୍ଦରେ ଗ୍ରହଣ କରିବା ସହ ଦେଶିଆ ନାଚରେ ସ୍ଥାନୀୟ କ୍ଷେତ ବାଡ଼ି କିଛି ସମୟ ପାଇଁ ପ୍ରକମ୍ପିତ ହେଉଛି ।