ଛାତ୍ରଛାତ୍ରୀଙ୍କୁ ମାସ୍କ ବାଣ୍ଟିଲେ ବିଧାୟକ

କୋରାପୁଟ,ଏନ୍ଏନ୍ଏସ୍: ଦଶମନ୍ତପୁର ସ୍ଥିତ ରାଧାକୃଷ୍ଣ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଯାନୀ ମାସ୍କ ବଣ୍ଟନ କରିଛନ୍ତି। ଯୁକ୍ତ ୨ ଓ ଡିଗ୍ରୀ କଲେଜ ଖୋଲା ଯିବାକୁ ରାଜ୍ୟ ସରକାରଙ୍କ ଘୋଷଣା ପରେ ବିଭିନ୍ନ କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିଛି। କୋରାପୁଟ ଜିଲ୍ଲାରେ ମଧ୍ୟ ହାଇସ୍କୁଲର ଦଶମ ଶ୍ରେଣୀ, ଯୁକ୍ତ ୨ ଦ୍ୱିତୀୟ ବର୍ଷ ଏବଂ ଡିଗ୍ରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। ଏହି ଅବସରରେ ଲକ୍ଷ୍ମୀପୁର ବିଧାୟକ ଦଶମନ୍ତପୁର ଗସ୍ତ କରି କଲେଜ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମାସ୍କ୍, ସାନିଟାଇଜର ବାଣ୍ଟିବା ସହ ଆସନ୍ତା ଦିନରେ ହେବାକୁ ଥିବା ପରୀକ୍ଷା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ମାସ୍କ ବଣ୍ଟନ ସମୟରେ କଲେଜ ଅଧ୍ୟକ୍ଷ ତ୍ରିନାଥ ପାତିକା ଉପସ୍ଥିତ ଥିଲେ।