ବିଧାୟକ ଓ ତହସିଲଦାର ମୁହାମୁହିଁ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ନୀଳଗିରୀରେ ବିଧାୟକ ଓ ତହସିଲଦାର ମୁହାମୁହିଁ ହୋଇଛନ୍ତି। ନୀଳଗିରୀ କୋର୍ଟ ପରିସରରେ ମୋହରୀଙ୍କ ଚାଳିଆ ଉଚ୍ଛେଦ ସମୟରେ ନୀଳଗିରୀ ବିଧାୟକ ସୁଶାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡୁ ମୁହାମୁହିଁ ହୋଇଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ ତହସିଲଦାର ଅତିରିକ୍ତ ଆରଆଇଙ୍କ ଉପସ୍ଥିତିରେ କୋର୍ଟ ପରସରରେ ଥିବା ଚାଳିଆକୁ ଉଚ୍ଛେଦ କରାଯାଉଥିଲା।

ଏହାକୁ ବିଧାୟକ ବିରୋଧ କରିବା ସହ ଥଇଥାନ ନକରି କାହିଁକି ଭାଙ୍ଗୁଛ ବୋଲି ପଚାରିଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଭଙ୍ଗା ବନ୍ଦ ହେବାପରେ ବିଧାୟକ ସରକାରୀ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ କରି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବା ସହ ଅନଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଧାୟକ ଓ ସହଯୋଗୀମାନେ ତହସିଲ କାର୍ଯ୍ୟାୟରେ ମଧ୍ୟ ତାଲା ପକାଇଛନ୍ତି।