ୱାର୍ଡ ୱାର୍ଡ ବୁଲି ଲୋକଙ୍କ ସମସ୍ୟାର ସମାଧାନ କଲେ ସାଂସଦ ଓ ବିଧାୟକ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିକୁ ସାଂସଦ ରମେଶ ମାଝୀ ଏବଂ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ସୋମବାର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ। ନିଜର ସବୁ କାମ ସାରିବା ପରେ ଦୁହେଁ ୧୨ନଂ ୱାର୍ଡସ୍ଥିତ ରାଣାବାଇ କ୍ୟାମ୍ପ ଅଂଚଳକୁ ଯାଇଥିଲେ। ତେବେ ଏହି ଅଞ୍ଚଳଟି ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ନିକଟରେ ଥିଲେ ମଧ୍ୟ ଏବେ ବି ସେଠାକାର ବାସିନ୍ଦା ଜଳକଷ୍ଟ ଭୋଗୁଛନ୍ତି। ତେଣୁ ଏହି ଖବର ପାଇବା ମାତ୍ରକେ ଉଭୟ ସାଂସଦ ଏବଂ ବିଧାୟକ ସେଠାରେ ପହଞ୍ଚିଥିଲେ। କିପରି ଏହି ସମସ୍ୟାର ସମାଧାନ ହେବ ସେନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ସେହି ଅଞ୍ଚଳକୁ ରାସ୍ତାଘାଟ କିମ୍ବା ଅଲୋକୀକରଣର ବ୍ୟବସ୍ଥା ନଥିଲା। ବର୍ତ୍ତମାନ ସେଠାରେ ବିଦ୍ୟୁତ ସଂଯୋଗ ହୋଇସାରିଛି ଏବଂ ରାସ୍ତା କାମ ପାଇଁ ମଧ୍ୟ ଟେଣ୍ଡର ପ୍ରକ୍ରିୟା ହୋଇଛି। ତେଣୁ ଖୁବଶୀଘ୍ର ଏହି ଅଞ୍ଚଳ ସମ୍ପୂର୍ଣ କଂକ୍ରିଟ ରାସ୍ତା ସହ ସଂଯୋଗ ହେବ ବୋଲି ସାଂସଦ ରମେଶ ମାଝୀ କହିଛନ୍ତି। ଏଥିସହିତ ଜଳକଷ୍ଟ ଭୋଗୁଥିବା ହେତୁ ସେଠାରେ ଅଳ୍ପ ଦିନ ମଧ୍ୟରେ ଏକ ଗଭୀର ଵୋରୱେଲ ଖୋଳି ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କାର୍ୟ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ସୂଚନା ଦେଇଛନ୍ତି। ତେବେ ଦୁହିଁଙ୍କର ଏହି ପ୍ରତିଶ୍ରୁତି ଶୁଣି ସ୍ଥାନୀୟ ଅଞ୍ଚଳର ଲୋକମାନେ ବହୁ ଖୁସି ହେବା ସହ ସାଂସଦ ଏବଂ ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମୟରେ ଏସଡିସି ଚେୟାରମ୍ୟାନ ମାନସ ମାଡ଼କାମୀ, ବିଜେଡି ନଗର ସଭାପତି ମଙ୍ଗଳା ପାଙ୍ଗି, ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ପଣ୍ଡା, ମଦନ ଖୋସଲା, ପୂର୍ଣ୍ଣ ଭତ୍ରା, ସନ୍ତୋଷ ଖେମୁଣ୍ଡୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।