ସନ୍ଦେହ ଜନକଭାବେ ଯୁବତୀଙ୍କ ମୃତ୍ୟୁ, ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ

ରାଇରଙ୍ଗପୁର,ଏନ୍ଏନ୍ଏସ୍: ମୟୂରଭଞ୍ଜର ରାଇରଙ୍ଗପୁରରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ବହଳଦା ଥାନା ଅଞ୍ଚଳର ଜାମଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନଦୁନ୍ଦୁ ଗାଁ ମୁଣ୍ଡର ପଥରହୁଡ଼ି ପାଖରେ ଥିବା ଗୋଟାଏ କୁସୁମଗଛ ମୂଳେ ଥିବା ଏକ ପଥର ଖୋଲରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ତେବେ ସେଠାରେ ତାଙ୍କୁ କେହି ପଥରରେ ଛେଚି ମାରିଦେଇଥିବା ଜଣାଯାଇଛି। ସୂଚନା ଅନୁସାରେ ଶୁକ୍ରବାର ସକାଳେ ସ୍ଥାନୀୟ ଲୋକମାନେ ସେଠାରେ ଜଣେ ଯୁବତୀଙ୍କ ମୃତ ଦେହ ଦେଖି ପୁଲିସକୁ ଖବର ଦେଇଥିଲେ।

ଖବରପାଇ ବହଳଦା ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛି। ତେବେ ଯୁବତୀୟର ପରିଚୟ ମିଳିନଥିବାବେଳେ ତାର ବୟସ ପ୍ରାୟ ୨୫ ବର୍ଷ ହେବବୋଲି ଅନୁମାନ କରାଯାଉଛି।