‘ମିଶନ ଜିରୋ-ଏଫ୍’ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ

କଟକ,ଏନ୍ଏନ୍ଏସ୍: କଟକରେ ‘ମିଶନ ଜିରୋ-ଏଫ୍’ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ କରାଯାଇଛି। ଏହି ମିଶନରେ ବିଦ୍ୟାଳୟମାନଙ୍କରୁ ଦଶମ ଶ୍ରେଣୀରେ ଫେଲର ହାର ହ୍ରାସ କରିବା ପାଇଁ ଲକ୍ଷ ରହିଛି। କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଶନିବାର ଠାରୁ ଜିରୋ ‘ଏଫ୍’ ମିଶନ ଆରମ୍ଭ ହୋଇଛି। ଏଥିରେ ମ୍ୟାଟ୍ରିକ ପରୀକ୍ଷାରେ କେହି ଯେପରି ଫେଲ ନ ହେବେ ସେ ନେଇ ଆଜି ଏହି ମିଶନ ପ୍ରଚଳିତ ହୋଇଛି। ଏ ନେଇ ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ୍ ଶିକ୍ଷାଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଏହି ଯୋଜନାରେ ପିଲାମାନଙ୍କ ପାଠ ପଢ଼ାପ୍ରତି ଅଧିକ ଧ୍ୟନ ଦେବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ହୋଇଛି।

ଅନ୍ୟପଟେ ବିଇଓଙ୍କ ଲିଖିତ ବିନା ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନେ ଛୁଟି ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଶିକ୍ଷକଙ୍କ ଉପସ୍ଥାନ ଜାଣିବା ପାଇଁ ବିଇଓଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ ପାଇଁ ନିର୍ଦ୍ଦେଶ ରହିଛି। ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ‘ଏଫ୍’ ମଧ୍ୟ ରହିଛି।

ଏ ନେଇ ଶ୍ରୀ ଚୟାନି ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜ ବେହେରାଙ୍କୁ ଜିଲ୍ଲାର ୪୮୭ଟି ସ୍କୁଲରେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବ ବର୍ଷର ମାଟ୍ରିକ ରେଜଲ୍ଟକୁ ଭିତ୍ତିକରି ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ନିଷ୍ପତ୍ତି ଦ୍ୱାରା ପିଲାମାନଙ୍କ ରେଜଲ୍ଟରେ ସୁଧାର ଅଣାଯାଇପରିବ ବୋଲି କହିଥିଲେ। ତେବେ ଏହାର ପ୍ରଥମ ପର୍ଯ୍ୟାୟରେ ସାଲେପୁର ବ୍ଲକର ପଦ୍ମପୁର ହାଇସ୍କୁଲ, ବିବେକାନନ୍ଦ ବିଦ୍ୟାପୀଠରେ ଲାଗୁ ହୋଇଥିଲା। ତେବେ ଏହାକୁ ସଠିକ ରୂପେ କାର୍ଯ୍ୟକାରୀ କରାଗଲେ ଫେଲ ହାର ଜିରୋ ହେବ ବୋଲି ସେ ଆଶା କରିଛନ୍ତି।