ମହାନଦୀ ପଠାରୁ ନିଖୋଜ ପ୍ରଧାନ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର

ବାଙ୍କୀ,ଏନ୍ଏନ୍ଏସ୍: ବାଙ୍କୀ ଖମାରକ ନିକଟ ମହାନଦୀ ପଠାରୁ ମଙ୍ଗଳବାର ନିଖୋଜ ପ୍ରଧାନଶିକ୍ଷକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ମୃତକ ଜଣଙ୍କ ହେଲେ ସାହାଡ଼ପଦା ଗାଁର ନିମାଇଁ ଚରଣ ମହାପାତ୍ର। ନିମାଇଁ ପାଟପୁରର ସିଂହନାଥ ୟୁଜିଏମଇ ସ୍କୁଲର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ତେବେ ନିମାଇଁଙ୍କ ମୃତ ଦେହ ଆଜି ମହାନୀପଠାରେ ପଡ଼ିଥିବାର ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ।

ପରେ ବାଙ୍କି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜଣାଯାଇଛି।