ମିସ୍ ସୁପର୍ ମଡେଲ୍ ହେଲେ ଓଡ଼ିଶା ଝିଅ ପ୍ରଗତିକା

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଭଳି ଏକ ପଛୁଆ ଅଂଚଳର ଦଶମ ଶ୍ରେଣୀ ଛାତ୍ରୀ ପ୍ରଗତିକା ରାୟ ନଭେମ୍ବର ୧୬ରେ ଗୋଆରେ ଅନୁଷ୍ଠିତ ଜାତୀୟ ସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ମିସ୍ ସୁପର୍ ମଡେଲ୍-୨୦୧୯ ଟାଇଟଲ୍ ହାସଲ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।

କୋରାପୁଟ ଜିଲ୍ଲ।। ସେମିଲିଗୁଡା ବାସିନ୍ଦା ପ୍ରତୀପ୍ କୁମାର ରାୟ ଓ ଗୀତାଞ୍ଜଳୀ ସେଠିଙ୍କ ଏକ ମାତ୍ର କନ୍ୟା ପ୍ରଗତିକା । ଏହା ପୂର୍ବରୁ ଦିଲ୍ଲୀରେ ଅଗଷ୍ଟ ୨୫ରେ ଆୟୋଜିତ ୨୨ତମ ମିସ୍ ଏଣ୍ଡ୍ ମିଷ୍ଟର ଟିନ୍ ଇଣ୍ଡିଆ ରେମ୍ପ୍ ପ୍ରତିଯୋଗିତାରେ ଭାଗ ନେଇ ମିସ୍ ଟିନ୍ ହାର୍ଡ ୱାର୍କିଂ ଟାଇଟଲ୍ ହାସଲ କରିଥିବା ବେଳେ ୨୦୧୯ ମଇ ୩୦ରେ ସେମିଲିଗୁଡାରେ ଆୟୋଜିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ମିସ୍ କୋରାପୁଟ୍ ଏବଂ ମଇ ୧୯ରେ ଭୂବନେଶ୍ୱରରେ ଆୟୋଜିତ ରାଜ୍ୟ ସ୍ତରୀୟ ଅଡିସନରେ ଭାଗ ନେଇ ମିସ୍ ଏଣ୍ଡ୍ ମିଷ୍ଟର୍ ଟିନ୍ -୨୦୧୯ରେ ଭାଗ ନେବାକୁ ମନୋନୀତ ହୋଇଥିଲେ ।