ଇପସିତାଙ୍କ ସଫଳତା

ଭୁବନେଶ୍ୱର, ଏନ୍ଏନ୍ଏସ୍ : ରାଜସ୍ଥାନ ଜୟପୁରରେ ଅନୁଷ୍ଠିତ ଇଣ୍ଡିଆନ ଚାରମିଙ୍ଗ ଫେସ୍ ଗ୍ରାଣ୍ଡଫିନାଲିରେ ଓଡ଼ିଶାର ଝିଅ ଇପସିତା ଦାସ ମିସ୍ ଇଣ୍ଡିଆନ୍ ଚାରମିଙ୍ଗ ଫେସ୍ ଇଣ୍ଟରନେସନାଲ ୱିନର ଟାଇଟଲ ହାସଲ କରିଛନ୍ତି। ସେ ଏକ୍ରାମ କଲେଜର +୩ ପ୍ରଥମ ବର୍ଷ ଇଂଗ୍ରାଜୀ ଅନର୍ସର ଛାତ୍ରୀ। ତାଙ୍କର ଏହି ସଫଳତା ପାଇଁ ଏକାମ୍ର କଳେଜର ଅଧ୍ୟକ୍ଷ ପ୍ରଫେସର ବିନୋଦ କୁମାର ସାମନ୍ତରାୟଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା କରାଯାଇଥିଲା। ଏହି ସଭାରେ ପ୍ରଫେସର ମିହିର କୁମାର ରାଏ, ପ୍ରଫେସର ଅଜୟ କୁମାର ସିଂ ଏବଂ ଅଧ୍ୟାପିକା ମିସେସ୍ ସୁନୀଲା ପାଢ଼ୀଙ୍କ ସହିତ କର୍ମଚାରୀ ଓ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।