ଠିକାଦାର ଉପରକୁ ଗୁଳିମାଡ଼ କରି ଫେରାର ହେଉଥିବା ବେଳେ ଧରିଲେ ଗ୍ରାମବାସୀ, ନିର୍ଦ୍ଧୁମ ଛେଚିଲେ

ଗୋପ,ଏନ୍ଏନ୍ଏସ୍: ଗୋପ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁରରେ ବୁଧବାର ଜଣେ ଠିକାଦରାଙ୍କୁ ୨ଜଣ ଦୁର୍ବୃତ୍ତ ସ୍କୁଟିରେ ଆସି ଗୁଳି କରିଥିବା ଜଣାଯାଇଛି। ପରେ ଅଭିଯୁକ୍ତ ଦ୍ୱୟ ଫେରାର ହେଉଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ଯାଇଥିଲେ। ସେଠାରେ ଗ୍ରାମବାସୀମାନେ ତାଙ୍କୁ ନିର୍ଦ୍ଧୁମ ଛେଚିବା ପରେ ମେନାଙ୍କୁ ପୁଲିସରେ ଜିମା ଦେଇଥିଲେ।

ଅନ୍ୟପଟେ ପୁଲିସ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପୁଲିସକୁ ଠେଲାପେଲା କରିଥିବା ସୂଚନା ମିଳିଛି। ଆହତ ଠିକାଦାରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା​‌ ଅନୁସାରେ ସୁବର୍ଣ୍ଣପୁରର ଠିକାଦାର ଉମା ସାହୁଙ୍କୁ ବୁଧବାର ସକାଳେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଘର ନିକଟରେ ପହଞ୍ଚିଥିଲେ। ପରେ ଉମାଙ୍କୁ ସେମାନେ ଡକାଇଥିଲେ। ଉମା ବାହାରକୁ ଆସିବା ପରେ ଦୁର୍ବୃତ୍ତମାନେ ବନ୍ଧୁକ କାଢ଼ି ତାଙ୍କ ଉପରକୁ ଗୁଳି ଚଳାଇ ସେଠାରୁ ଫେରାର ହେଉଥିଲେ। କିନ୍ତୁ ସ୍ଥାନୀୟ ଗ୍ରାମବାସୀ ଏହା ଦେଖି ଅଭିଯୁକ୍ତ ଦ୍ୱୟଙ୍କୁ କାବୁ କରିଥିଲେ। ପରେ ସେମାନଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହିତ ପୁଲିସକୁ ଖବର ଦେଇଥିଲେ। ଏହା ସହିତ ଅଭିଯୁକ୍ତଙ୍କ ବାଇକକୁ ଗ୍ରାମବାସୀ ପୋଡ଼ି ଦେଇଥିଲେ।