ପୁରୀ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲା କାକଟପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାକୁ ତାର ନାବାଳକ ଭାଇ ସାମ୍ନାରେ ୩ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଶୁକ୍ରବାର ନାବାଳିକା ଜଣଙ୍କ ତାର ୧୫ ବର୍ଷୀୟ ଭାଇ ସହିତ ନିଳକଣ୍ଠପୁର ଗ୍ରାମରେ ଥିବା ସାଙ୍ଗ ଘରକୁ ଯାଉଥିଲେ। ଏହି ସମୟରେ କଣ୍ଟପଡା ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ ବରୋଦା ନିକଟରେ ୩ ଜଣ ବସ୍ତି ଅଞ୍ଚଳର ଯୁବକ ତାଙ୍କୁ ଅଟକାଇଥିଲେ। ପରେ ସେମାନେ ଜବରଦସ୍ତି ନାବାଳିକାକୁ ଉଲଗ୍ନ କରି ତା ସହିତ ଦୁଷ୍କର୍ମ କରିଥିଲେ। ଏଥିସହିତ ତାର ଭିଡିଓ ମଧ୍ୟ ରେକଡିଂ କରିଥିଲେ। ସେହିପରି ନାବାଳକ ଭାଇ ଜଣଙ୍କ ଡରିଯାଇଥିବା ବେଳେ ଯଦି ଏହି କଥା ପ୍ରଘଟ ହୁଏ ତାକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।
ସେମାନେ ଘରକୁ ଫେରିବା ପରେ ମାଙ୍କୁ ସବୁ କଥା କହିଥିଲେ। ମା ଏନେଇ କାକଟପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ୩ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।