ଆଇଜିଏଚ୍‌ରେ କ୍ୟାନ୍‌ସର ଆକ୍ରାନ୍ତ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ରାଉରକେଲା,ଏନ୍ଏନ୍ଏସ୍: ମେଡ଼ିକାଲ ଓ ଥାନାରେ ଉନ୍ନତ ସେବା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ବୁଧବାର ‘ମୋ ସରକାର’ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବା ପାଇଁ ଯୋଜନା କରାଯାଇଥିବାବେଳେ ରୋଗୀ ହନ୍ତସନ୍ତ ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ରାଉରକେଲା ଆଇଜିଏଚ୍‌ରେ ଜଣେ କ୍ୟାନ୍‌ସର ଆକ୍ରାନ୍ତ ମହିଳାଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ପନପୋସ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଓ  ରାଉରକେଲା ସରକାରୀ ହସ୍ପିଟାଲ ଅଧୀକ୍ଷକ ଦିନବନ୍ଧୁ ପଣ୍ଡା ଆଇଜିଏଚ୍‌ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିବା ସହିତ ହସ୍ପିଟାଲର ନର୍ସ ଓ ଅନ୍ୟ କର୍ମଚାରୀଙ୍କ ବୟାନ ରେକର୍ଡ଼ କରିବା ସହିତ ପୀଡ଼ିତାଙ୍କର ବୟାନ ମଧ୍ୟ ରେକର୍ଡ଼ ହୋଇଛି।

ତେବେ ପୀଡ଼ିତା ଜଣଙ୍କ କଟକରେ ଚିକିତ୍ସା ହେଉଥିବାବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଭିନ୍ନ ଟେଷ୍ଟ ପାଇଁ ଆଇଜିଏଚ୍‌ଯାଇଥିବାବେଳେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି।