ମୀରାବାଈ ଚାନୁ ପଦକ ଜିତିବାର ପ୍ରତିଶ୍ରୁତି ଦେଇଥିଲେ ଏବଂ ପୂରଣ କଲେ: ପୂର୍ବତନ ଖେଳମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସର ପ୍ରଥମ ଦିନରେ ହିଁ ମୀରାବାଈ ଚାନୁ ଭାରତକୁ ରୌପ୍ୟ ପଦକ ଭେଟିଛନ୍ତି। ଚାନୁଙ୍କ ଏହି ସଫଳତା ପରେ ସମଗ୍ର ଦେଶରୁୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ପୂର୍ବତନ ଖେଳମନ୍ତ୍ରୀ କିରନ ରିଜିଜୁ ଏକ ଖାସ୍ କଥା କହିଛନ୍ତି। ଚାନୁଙ୍କୁ ଶୁଭକାମନା ଜଣାଇବାକୁ ଯାଇ ରିଜିଜୁ କହିଛନ୍ତି ଯେ, ‘ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି।’

କିରନ ରିଜିଜୁ ଆହୁରି କହିଛନ୍ତି ଯେ, ମୀରାବାଈ ଚାନୁ ପ୍ରଥମ ଦିନରେ ରୌପ୍ୟ ପଦକ ଜିତି ସମଗ୍ର ଦେଶର ଉତ୍ସାହକୁ ବଢ଼ାଇ ଦେଇଛନ୍ତି। ଏହା ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ମୁଁ ତାଙ୍କୁ ଶୁଭକାନା ଜଣାଉଛି। ସେ ଜଣେ ଖୁବ୍ ପରିଶ୍ରମୀ ଝିଅ। ମୁଁ ସବୁ ଖେଳାଳିଙ୍କ ସହ ଭଲ ଭାବେ ମିଶିଥିବାରୁ ଆଜି ମୋ ପାଇଁ ଏକ ବଡ଼ ଖୁସିର ଦିନ। ମୁଁ ଜଣ ଜଣ କରି ସବୁ ଖେଳାଳିଙ୍କ ଆବଶ୍ୟକତା ଓ ସମସ୍ୟାକୁ ଖୁବ୍ ନିକଟରୁ ଦେଖିଛି।