ପବନ କପୂରଙ୍କୁ ୟୁଏଇରେ ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି, ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି

ଆବୁଧାବି: ଭାରତୀୟ ବୈଦେଶୀକ ମନ୍ତ୍ରାଳୟ ପକ୍ଷରୁ ବୁଧବାର ପବନ କପୂରଙ୍କୁ ୟୁଏଇର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି । ଏ ସମ୍ପର୍କରେ ସେ ପୂର୍ବରୁ ଜାଣିଥିବାବେଳେ ସେ ଏହି ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ ।

ସୂଚନା ଅନୁଯାୟୀ ୨୦୧୬ରେ ଆଇଏଫ୍ଏସ୍ ୧୯୯୦ କ୍ୟାଡରର ନବଦୀପ ସିଂହ ସୁରୀଙ୍କୁ ୟୁଏଇର ରାଷ୍ଟ୍ରଦୂତ କରାଯାଇଥିଲା । ଶ୍ରୀ କପୂର ମଧ୍ୟ ଏହା ପୂର୍ବରୁ ମସ୍କୋ, କିଭି, ଲଣ୍ଡନ ଏବଂ ଜେନିଭାରେ ଭାରତର ବିଭିନ୍ନ ମିଶନରେ ଥିଲେ । ଗତ ୩ବର୍ଷ ଧରି ଇସରାଏଲର ରାଷ୍ଟ୍ରଦୂତ ମଧ୍ୟ ରହିଥିଲେ । ସେହିପରି ଶ୍ରୀ କପୂର ୨୦୧୦-୧୩ ପର୍ଯ୍ୟନ୍ତ ଭାରତୀୟ ବୈଦେଶୀକ ମନ୍ତ୍ରାଳୟରେ ସଂୟୁକ୍ତ ସଚିବ ଭାବେ ନିଯୁକ୍ତ ଥିଲେ ।