କରୋନା ଔଷଧର ତଥ୍ୟ ଦାଖଲ କରିବାକୁ ପତଞ୍ଜଳି ସଂସ୍ଥାକୁ ଆୟୁଷ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ,ଏଜେନ୍ସି: ପତଞ୍ଜଳି ସଂସ୍ଥା ପକ୍ଷରୁ କରୋନା ଚିକିତ୍ସା ପାଇଁ ଔଷଧ ବାହାର କରାଯାଇଥିବା ବାବା ରାମଦେବଙ୍କ ଦାବି ପରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଔଷଧ ଓ ଚିକିତ୍ସା ପଦ୍ଧତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବା ପାଇଁ କୁହାଯାଇଛି। ସେହିପରି ସମ୍ପୂର୍ଣ୍ଣ ତଥ୍ୟ ନ ଆସିବା ପର୍ଯ୍ୟନ୍ତ ସଂସ୍ଥା କୌଣସି ବିଜ୍ଞାପନ ନକରିବାକୁ ଆୟୁଷ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

ସୂଚନା ଅନୁସାରେ ପତଞ୍ଜଳି ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଔଷଧ କେବଳ ୭ ଦିନ ମଧ୍ୟରେ କରୋନାରୁ ଆରୋଗ୍ୟ କରିବ ବୋଲି ଯୋଗ ଗୁରୁ ବାବା ରାମଦେବ ଏକ ପ୍ରେସ ମିଟରେ ଦାବି କରିଥିଲେ। ଏହି ଔଷଧକୁ ସାରା ଦେଶର ୨୮୦ ଜଣଙ୍କଠାରେ ପରୀକ୍ଷା କରାଯାଇଥିବା ସୂଚନା ଦିଆଯାଇଥିଲା। ଏବଂ ସପ୍ତାହକ ମଧ୍ୟରେ କରୋନା ଔଷଧ ବଜାରରେ ଉପଲବ୍ଧ ହେବ ବୋଲି ପତଞ୍ଜଳି ଆର୍ୟୁବେଦ ଲିମିଟେଡର ଏମଡି ଆଚାର୍ଯ୍ୟ ବାଳକୃଷ୍ଣ କହିଥିଲେ।