କୋଭିଡ ମୁକାବିଲା ପାଇଁ ଉଚ୍ଚ ମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ

ଝାରସୁଗୁଡା,ଏନ୍ଏନ୍ଏସ୍ : କରୋନା ମୁକାବିଲା ପାଇଁ ଭିଡିଓ କନଫରେନ୍ସ ଜରିଆରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ମନ୍ତ୍ରୀପରିଷଦର ଏକ ବୌଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କୋଭିଡ-୧୯ର ତଥ୍ୟ ଭିତିକ ଗବେଷଣାକୁ ଗୁରୁତ୍ୱ ଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରସ୍ତାବ ଦେଇଛନ୍ତି। ଏହାସହ ଆସନ୍ତା ୩୧ ତାରିଖରୁ ବାରିପଦା ଓ ବାଲେଶ୍ୱର କୋଭିଡ ପରୀକ୍ଷା ଆରମ୍ଭ ହେବ ବୋଲି ସେ କହିଛନ୍ତି।

ଏହାସହ ବୈଠକରେ ସେ ଆହୁରି ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ, ବର୍ତମାନ ପରିସ୍ଥିତିରେ ଗ୍ରାମ ପଂଚାୟତ ସ୍ତରରେ କରୋନା ରୋଗୀ ଓ ଗରମ ବେସି ସହିତ ତିକ୍ତତା ବୃଦ୍ଧି ପାଉଛି । ତେଣୁ ସରକାରୀ ସ୍ତରରେ ଗ୍ରାମ କମିଟି ସହ ନିରନ୍ତର ବୈଠକ ଓ ଆଲୋଚନା କରାଯାଇକୋଭିଡ-୧୯ର ସଚେତନତା ସୃଷ୍ଟି କରି କରୋନା ରୋଗ ସହିତ ଲଢେଇ କରି କରୋନା ରୋଗୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହାନୁଭୂତି ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ଫେରନ୍ତା ପ୍ରବାସୀମାନଙ୍କ ମଧ୍ୟରେ ଶିଶୁ ଓ ଗର୍ଭବତି ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଦେଉଛି । ତେଣୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଟୀକା କରଣ ସଠିକ ଭାବରେ କରାଯାଉ ବୋଲି ସେ କହିଥିଲେ।

ସେହିପରି ଜିଲ୍ଲା ସ୍ତରରେ ଅସ୍ଥାୟୀ, ସ୍ୱସ୍ଥ୍ୟ କେନ୍ଦ୍ରରେ ରହୁଥିବା କିଶୋର ଓ କିଶୋରୀମାନେ ଯେପରି ଶୋଷଣର ଶିକାର ନ ହୁଅନ୍ତି ସେଥିପ୍ରତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ସରକାରୀ ଅଧିକାରୀ ଆନଷ୍ଠାନିକ ବ୍ୟବସ୍ଥା ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯେଉଁ ବେସରକାରୀ ଡାକ୍ତରଖାନା ଗୁଡିକରେ କୋଭିଡ ଟେଷ୍ଟ କରିବା ପାଇଁ ଅନୁମତି ଦିଆଯାଇଛି ତାକୁ ବାରମ୍ବାର ସମୀକ୍ଷା କରି ଆରଟି-ପିସିଆର ମେସିନଓ କିଟର ଭେଲିଡେସନକୁ ମଧ୍ୟ ବାରମ୍ବାର ଯାଂଚ କରିବାର ଆବଶ୍ୟକତା ରହିଛି ବୋଲି ସେ ବୈଠକରେ ପ୍ରସ୍ତାବ ଦେଇଥିଲେ । ସେହିପରି କରୋନା ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ଗାଇଡ ଲାଇନକୁ ପାଳନ କରିବାକୁ ସେ କହିଛନ୍ତି ।