ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ପରଖିଲେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ

ଓଡ଼ଗାଁ,ଏନ୍ଏନ୍ଏସ୍: ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କାର୍ୟ୍ୟ ଶୈଳୀକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। କେତେବେଳେ ଭୁବନେଶ୍ୱରରୁ ନୟାଗଡ଼ ଟ୍ରେନରେ ଆସିବାକୁ ନେଇତ କେତେବେଳେ ବସ୍ ଷ୍ଟାଣ୍ଡରେ ଜନ ଶୁଣାଣି କରିଥାନ୍ତି। ସେହିପରି ଗୁରୁବାର ଓଡ଼ଗାଁ ଆହାର କେନ୍ଦ୍ରରେ ମନ୍ତ୍ରୀ ମଧ୍ୟାହ୍ନ ଭୋଜନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଆହାର କେନ୍ଦ୍ରରେ ଆହାର ଗ୍ରହଣ କରି ମାନ ପରଖବା ନିମନ୍ତେ ପରାମର୍ଶ ଦେଇଥିବାରୁ ଶ୍ରୀ ସାହୁ ଆହାର କେନ୍ଦ୍ରରେ ଆହାର ଖାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିଛନ୍ତି।