ସଇଁନ୍ତଳା,ଏନ୍ଏନ୍ଏସ୍: ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଗାଁରେ ଏବେ ନେତା ମନ୍ତ୍ରୀଙ୍କ ପାଦ ପକାଇବା ସହ ଜୋର ସୋରରେ ପ୍ରଚାର ପ୍ରସାର ଆରମ୍ଭ ହେଉଛି।ଆସନ୍ତା ୨୪ ତାରିଖରେ ପଞ୍ଚାୟତ ନିର୍ବାଚନ। ନିଜ ଦଳର ନେତାଙ୍କୁ ବିଜୟୀ କରିବା ପାଇଁ ଘରକୁ ଘର ବୁଲି ନେତାଙ୍କ ଭୋଟ ଭିକ୍ଷା କରୁଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ କେଛୋ ମହାନ, ଭେଜିପଦର, ଭୁସ୍କିମାଲ, ଚନ୍ଦନ ପଡ଼ା, ଡୁମେରମୁଣ୍ଡା, ଘୁନସର ଭଳି ଅନେକ ଗାଁ’କୁ ଯାଇ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଭୋଟ ପ୍ରଚାର କରିଛନ୍ତି।
ବେଳଗାଁ ମଣ୍ଡଳ ୩୧ ନମ୍ୱର ଜୋନରେ ଜିଲ୍ଲା ପରିଷଦ ପ୍ରାଥିନୀ ଭାବେ ରିତାରାଣୀ ହାତୀ ଲଢ଼ୁଛନ୍ତି। ମନ୍ତ୍ରୀ ଟୁକୁନି ସାହୁ ଭୋଟ ଭିକ୍ଷା କରିବା ସହ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକୁ ନେଇ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ କିଭଳି ଭାବେ ଲୋକେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଲାଭବାନ ହେବେ ସେନେଇ ଆଲୋଚନା କରିଥିଲେ। ଏଥିରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବଦନ ପୁରୋହିତ, ରାଜେଶ ବେହେରା, ଡୋଳାମଣି ଥପା ସମେତ ଶତାଧିକ ବିଜେଡି କର୍ମୀ ସାମିଲ ଥିଲେ।