ଟିଟିଲାଗଡ ବ୍ଲକ ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଳା, ଏନ୍ଏନ୍ଏସ୍: ଆଜି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ ବ୍ଲକ୍ ଗ୍ରସ୍ତ କରିଥିଲେ । ଟିଟିଲାଗଡ ବ୍ଲକର ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ପାଳ ଛତୁ ଚାଷ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ବ୍ଲକ, ସଇଁତଳା ବ୍ଲକ ଓ ମୁରିବାହାଳ ବ୍ଲକର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗ ଦେଇଛନ୍ତି । ପାଳ ଛତୁ ଚାଷ କରିପାରି କରିବେ ଓ ଛତୁ ଚାଷ ଦ୍ୱାରା କିପରି ଲାଭବାନ ହୋଇ ପାରିବେ, ସେଥିପ୍ରତି ତାଲିମ ପ୍ରଦାନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ମିଶନ ଶକ୍ତିର ମହିଳା ଗୋଷ୍ଠୀମାନଙ୍କୁ ବିଭିନ୍ନ ପ୍ରକାରର ତାଲିମ ପ୍ରଦାନ କରାଯାଉଥିବା କହିଛନ୍ତି । ‘ମହିଳାଙ୍କ ପ୍ରଗତି, ମିଶନ ଶକ୍ତିର ଲକ୍ଷ୍ୟ’ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଡିଓ ନବୀନ ଚନ୍ଦ୍ର ନାଏକ, ବ୍ଲକ ଚେୟାରମେନ ରମାକାନ୍ତୀ ପୁଟେଲ, ଜିପିଇଓ ଦାମୋଦର ଦାସ, ବ୍ଲକ କୋଡିନେଟର ଜଗଦୀଶ ପ୍ରଧାନ, ବିଜୁ ଯୁବକ ବାହିନୀର ତପବନ୍ତ ପୁଟେଲ, ରମେଶ ବାଗ, ଲକ୍ଷ୍ମଣ ବେହେରା, ଶତ୍ରୁଘ୍ନ ରତାଇ, ନୀଳ ଶଙ୍କର ସାହୁ, କ୍ଷମାନିଧି ହାତୀ, ସୁନିଲ ବାଗ ପ୍ରମୁଖ ଯୋଗ ଦେଇଥିଲେ।