ପ୍ରତାପ ଜେନା ପାଇବେ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ପଂଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଚଳିତବର୍ଷର ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇବେ । ନଭେମ୍ବର ୯ ତାରିଖରେ ଶ୍ରୀ ଜେନା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ପୁରସ୍କାର ଗ୍ରହଣ କରିବେ ।

ଫେମ୍ ଇଣ୍ଡିଆ ପକ୍ଷରୁ ମନ୍ତ୍ରୀମାନଙ୍କ ବିଭିନ୍ନ କାର୍ୟ୍ୟର ଆକଳନ ସହ ସରକାରୀ ଯୋଜନା ଗୁଡିକୁ ଠିକଣା ବାଟରେ ନେବା, ଦାୟିତ୍ୱ ସମ୍ପନ୍ନ ହୋଇ କାର୍ୟ୍ୟକରିବା ଓ ସର୍ବୋପରି ଦୁର୍ନୀତି ଠାରୁ ଦୂରେଇ ରହିବା ଆଦି ଦିଗକୁ ଆକଳନ କରାଯିବା ପରେ ଏହି ଜାତୀୟ ସ୍ତରର ପୁରସ୍କାର ପ୍ରଦାନ କରାଯାଇଥାଏ ।