ଡାବୁଗାଁ ,ଏନଏନଏସ: ଓଡିଶା ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲୋକକୁ ଡାକ୍ତରଖାନା ଆଣି ଚିକିତ୍ସା କରି ମାନବିକତା ଦେଖାଇଛନ୍ତି ।
ସୂଚନା ଯୋଗ୍ୟ, ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ କଗୁଡା ଗ୍ରାମର ଦେବସିଂ ଭତ୍ରା କୌଣସି କାରଣରୁ ଡାବୁଗାଁ ଆସି ନିଜ ଗ୍ରାମକୁ ଫେରିବା ବାଟରେ ମଝିଗୁଡା କ୍ରସର ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା।
ଫଳରେ ସେ ରାସ୍ତା ଉପରେ ଛିଟିକି ହୋଇ ପଡ଼ିଥିଲେ । ମନ୍ତ୍ରୀ ପଦ୍ମିନୀ ଦିଆନ ଉମରକୋଟ ଯାଇ ସେହି ରାସ୍ତାଦେଇ ନିଜ ଅଞ୍ଚଳ କୋଟପାଡ଼କୁ ଫେରୁଥିଲେ । ଫେରିବା ବାଟରେ ଆହତ ଦେବସିଂ ଙ୍କୁ ଦେଖି ସେ ମାନବିକତା ଦେଖାଇଥିଲେ । ଆହତଙ୍କୁ ଅଗ୍ନିଶମଗାଡି ଦ୍ୱାରା ସେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଓ ଚିକିତ୍ସା କରାଇଥିଲେ । ସେଠାରେ ଦେବସିଂ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ
ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି । ମନ୍ତ୍ରୀ ଙ୍କ ଏପରି କାର୍ଯ୍ୟ କୁ ବୁଦ୍ଧିଜୀବୀ ମାନେ ସ୍ୱାଗତ ଜଣାଇଛନ୍ତି ।