ଏନଜେସିଏସ୍ ବୈଠକ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଉରକେଲା,ଏନ୍ଏନ୍ଏସ୍: ଇସ୍ପାତ ଶିଳ୍ପ କ୍ଷେତ୍ରରେ ବହୁତ ଶୀଘ୍ର ନ୍ୟାସନାଲ ଜଏଣ୍ଟ କମିଟି ଫର ଷ୍ଟିଲ(ଏନଜେସିଏସ) ବୈଠକ ହେବାକୁ ଯାଉଛି। ଏ ନେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ସଙ୍କେତ ଦେଇଥିବା ଭାରତୀୟ ମଜଦୁର ସଂଘ(ବିଏମଏସ) ପକ୍ଷରୁ କୁହାଯାଇଛି।

ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ଭବନରେ ଶ୍ରୀ ପ୍ରଧାନ ଏ ସମ୍ବନ୍ଧରେ ସମସ୍ତ ଶ୍ରମିକ ସଂଗଠନ ସହ ଆଲୋଚନା କରିଥିବା ବେଳେ ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ ନୂତନ ମଜୁରୀ ପାଇଁ ଏନଜେସିଏସ ବୈଠକ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଲ ୟୁନିଟ ବିକ୍ରୟ ପ୍ରସଙ୍ଗରେ ଉକ୍ତ ୟୁନିଟ ଗୁଡ଼ିକୁ ଲାଭାର୍ଜ୍ଜନ କରିବାକୁ ସୁଯୋଗ ଦିଆଯିବ ବୋଲି କହିଥିଲେ।

ସେହିପରି ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ)କୁ ସୁପରସ୍ପେଶିଆଲିଟି ହସପିଟାଲ କରିବା ପାଇଁ ଚାଲିଥିବା ସମସ୍ତ ପ୍ରକ୍ରିୟା ବିବରଣୀ ଦେଇଥିଲେ।