ଡିଏମ୍ଏଫ୍‌ ସଞ୍ଜିବନୀ ରୋଗୀ ସହାୟତା କେନ୍ଦ୍ରର ଉଦ୍‌ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

କେନ୍ଦୁଝର,ଏନ୍ଏନ୍ଏସ୍: କଟକ ଏସସିବିରେ କେନ୍ଦୁଝର ଜିଲ୍ଲା ରୋଗୀଙ୍କ ନିମନ୍ତେ ଗୁରୁବାର ଡିଏମ୍ଏଫ୍ ସଞ୍ଜିବନୀ ରୋଗୀ ସହାୟତା କେନ୍ଦ୍ର ଉଦଘାଟିତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କଟକ ଏସସିବିରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଘଷିପୁରା ବିଧାୟକ ବଦ୍ରିନାରାୟନ ପାତ୍ର, ଅନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ସିଡ଼ିଏମ୍ଓ ଅଶୋକ ଦଶ, ଡୁଡା ପିଡ଼ି ଘାସିରାମ ମୂର୍ମୁ ପ୍ରମୁଖ ଉପସ୍ଥିତ ଥିଲେ। ଏପଟେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦଘାଟନର ସିଧା ପ୍ରସାରଣ ସମୟରେ କେନ୍ଦୁଝର ଜିଲ୍ଳା ପରିଷଦ ଅଧାକ୍ଷା କମଳିନୀ ପାତ୍ର, ଜିଲ୍ଲାପାଳ ଆଶିଷ ଠାକରେ, ପିଡ଼ି ଡ. ଉଦ୍ଧବ ଚାରଣ ମାଝୀ, ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲାରୁ ଯାଉଥିବା ରୋଗୀଙ୍କୁ କଟକର ଏସସିବି ବଡ ଡାକ୍ତରଖାନାରେ ସୁବିଧାରେ ସେବା ଯୋଗାଇ ଦେବାକୁ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଡିଏମ୍ଏଫ୍ ଆରମ୍ଭ ହୋଇଛି ଏହି ଡିଏମ୍ଏଫ୍ ସଞ୍ଜିବନୀ ରୋଗୀ ସହାୟତା କେନ୍ଦ୍ର’।

ବର୍ଷକୁ ୧.୪ କୋଟି ଟଙ୍କା ଅନୁଦାନରେ ଏସସିବି ପରିସରରେ ଏକ ସହାୟତା କେନ୍ଦ୍ର ତଥା ପରିସର ବାହାରେ ଏକ ଘର ଯେଉଁଠାରେ ରୋଗୀଙ୍କ ଅତିବେଶିରେ ୨ଜଣ ସହାୟକ ରହି ପାରିବେ। ଏଥି ନିମନ୍ତେ ସହାୟକଙ୍କ ପାଇଁ ରହଣୀ କେନ୍ଦ୍ର ର ମଧ୍ୟ ବ୍ୟବସ୍ଥା କରାଯାଇଛି ।

କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରୁ ଅଧିକ ଚିକିତ୍ସା ପାଇଁ ଯେଉଁମାନେ ରେଫର ହୋଇଯିବେ ସେମାନଙ୍କୁ ଏହି ସୁବିଧା ମିଳିବ। କଟକ ବଡ ଡାକ୍ତରଖାନା ରୋଗୀ ସହାୟତା କେନ୍ଦ୍ରରେ ରୋଗୀଙ୍କ ପଞ୍ଜିକରଣ, ଉପଯୁକ୍ତ ବିଭାଗ ଡାକ୍ତରଙ୍କ ସହ ସମ୍ମନୟ, ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ରୋଗୀ କିପରି ଭଲ ହୋଇ ଘରକୁ ଫେରିବେ ଓ ରୋଗୀସହାୟକ ରହଣୀ କେନ୍ଦ୍ରରେ ରୋଗୀଙ୍କ ଅତିବେଶିରେ ୨ଜଣ ସହାୟକ ରାତ୍ରିଯାପନ କରିପାରିବେ। ତାଙ୍କ ଖାଇବା ନିମନ୍ତେ ଦିନକୁ ଦୁଇ ଶହ ଟଙ୍କା ଜଣଙ୍କ ପିଛା ଦିଆଯିବ। ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଏମ୍ଏଫ କେନ୍ଦୁଝରର ଏକ ଅଭିନବ ପ୍ରୟାସ ବୋଲି ଜିଲ୍ଲାପାଳ କହିଛନ୍ତି।