ସ୍କୁଲରେ ମନ୍ତ୍ରୀ: ନାହାଁନ୍ତି ଶିକ୍ଷକ

ଭୁବନେଶ୍ୱର , ଏନ୍ଏନ୍ଏସ୍ : ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜଦ ଦାଶ ଆଜି ଖୋର୍ଦ୍ଧା ଜିଲ୍ଲା ନୂଆପାଟଣାର ପ୍ରତାପସାସନ ହାଇସ୍କୁଲକୁ ଅଚାନକ ଗସ୍ତ କରିଥିଲେ। ଦିନ ପ୍ରାୟ ୧୦ ରୁ ୧୦.୪୦ ପର୍ଯ୍ୟନ୍ତ  ହାଇସ୍କୁଲରେ କୌଣସି ଶିକ୍ଷକ ଓ ଶିକ୍ଷୟିତ୍ରୀ ନଥିଲେ। ମାତ୍ର ଦୁଇଜଣ ଶିକ୍ଷକ ବିଳମ୍ବରେ ସ୍କୁଲକୁ ଆସିବାକୁ ଜାଣିବାକୁ ପାଇଥିଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

  ପ୍ରକାଶ ଥାଉକି, ପ୍ରତାପ ଶାସନ ହାଇସ୍କୁଲରେ ନିୟମିତ ଶିକ୍ଷକମାନେ ଠିକ ସମୟରେ ଆସୁନଥିବା ଅଭିଯୋଗ ହୋଇଆସୁଥିଲା। ଏନେଇ ଗଣଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ମନ୍ତ୍ରୀ ଆଜି ଗସ୍ତ କରିଥିଲେ।  ଗସ୍ତ ସମୟରେ ସ୍କୁଲ ବାହାରେ ଛାତ୍ରଛାତ୍ରୀମାନେ ବୁଲୁଥିବାର ମନ୍ତ୍ରୀ ଦେଖିବାକୁ ପାଇଥିଲେ। ଶିକ୍ଷକମାନେ ଆସିବା ପରେ ମନ୍ତ୍ରୀ, କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପାଠ ପଢ଼ା ବିଷୟରେ ପଚାରି ବୁଝିଥିଲେ।

ସ୍ଥାନୀୟ ଗ୍ରାମବାସୀଙ୍କୁ ମଧ୍ୟ ସ୍କୁଲକୁ ଆସୁଥିବା ଶିକ୍ଷକଙ୍କ ସମୟ ଓ ବିଦ୍ୟାଳୟର ସୁବିଧା ଅସୁବିଧା ପଚାରି ବୁଝିଥିଲେ।