ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ କରାଯାଇଛି। ମାତ୍ର ଆଗାମୀ ୨ ଦିନ ମଧ୍ୟରେ ଦିଲ୍ଲୀ ଆକାଶରେ କୁହୁଡ଼ି ଦେଖାଯାଇପାରେ। ପାଣିପାଗ ବିଭାଗର ଆକଳନ ଅନୁସାରେ ଦିଲ୍ଲୀରେ ଆଗାମୀ ୨ ଦିନ ମଧ୍ୟରେ ବର୍ଷା ମଧ୍ୟ ହୋଇପାରେ। ଏଥି ସହିତ ଶୀତଲହର ମଧ୍ୟ ହ୍ରାସ ପାଇପାରେ।
ଶନିବାର ତୁଳନାରେ ରବିବାର ଥଣ୍ଡାର ପ୍ରଭାବ କମ୍ ଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମଙ୍ଗଳବାର ରାତ୍ରିର ତାପମାତ୍ରା ସାଧାରଣ ଠାରୁ ସାଢ଼େ ୪ ଡିଗ୍ରୀ ସେଲସିୟସ ଅଥବା ଏହା ଠାରୁ କମ ରହିବ। କିନ୍ତୁ ଏହା ପରେ ରାତି ଓ ସକାଳର ତାପମାତ୍ରା ସାଧାରଣ ପାଖାପାଖି ହେବ।