ଛିଣ୍ଡିଗଲା ମୀନାବଜାର ଦୋଳି, ୪ ଆହତ

ରାଉରକେଲା : ଦୁର୍ଗାପୂଜା ଅବସରରେ ରାଉରକେଲା ସେକ୍ଟର ୧୬ ସ୍ଥିତ ଏକ ପଡ଼ିଆରେ ରବିବାର ଦୋଳି ବାନ୍ଧିବା ବେଳେ ଏକ ଅଘଟଣ ଘଟିଛି। ଦୋଳି ଛିଣ୍ଡି ଯିବାରୁ ୪ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତ ମାନଙ୍କୁ ରାଉରକେଲା ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।