ଜନଜାତି ମଞ୍ଚ ପକ୍ଷରୁ ଗୋଲ୍ଡ ମେଡାଲ ପାଇଥିବା ମିନା ସାନ୍ତାଙ୍କୁ ସମ୍ବର୍ଦ୍ଧନା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ପାଇଁ ଗୌରବ ଆଣିଥିବା ମିନା ସକ୍ଷନ୍ତଙ୍କୁ ଜନଜାତି ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଚଳିତ ମାସ କମନ ୱେଲଥ ଚମ୍ପିୟନସିପରେ ୱେଟଲିଫ୍ଟିଂ ପ୍ରତିଯୋଗିତାରେ ଭାଗ ନେଇ ମିନା ସାନ୍ତା ଗୋଲ୍ଡ ମେଡାଲ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ସେ ଉମରକୋଟରେ ପହଞ୍ଚିବା ପରେ ଜନଜାତି ମଞ୍ଚ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନଜାତି ମଞ୍ଚର ମୁଖ୍ୟ ଉପଦେଷ୍ଟା କାଜମ ମାଦାନି, ପବିତ୍ର ଗୋରୋଡ଼ା, ଧନି ରାମ ଗଣ୍ଡ, ସୁବାଷ ବାଘ୍‌, ହେମନ୍ତ ସୁନା, ପୋଡ଼ଲମ୍ ଗୋରୋଡ଼ା,ପାଷ୍ଟର ଲାଲ ସେନ ବିର, ରକ୍ଷମ ବ୍ରିଜ ବକ୍ଷଘ, ଯୀଶୁ ଦାନ ଓ ୱେଟଲିଫ୍ଟର ଅରୁଣ ସାନ୍ତା ପ୍ରମୁଖ ଉପସ୍ଥିତ୍ର ଥିଲେ ।