ଦାରିଦ୍ର୍ୟ ସୀମାରେ ପାକିସ୍ତାନ, କ୍ଷୀର ଦର ୧୪୦ ଟଙ୍କା

ପାକିସ୍ତାନରେ ପେଟ୍ରୋଲ ଦରକୁ ଟପିଲା କ୍ଷୀର ଦର। ଲିଟର ପିଛା ୧୪୦ ଟଙ୍କା। ପାକିସ୍ତାନର କରାଚି ଓ ସିନ୍ଧ ପ୍ରଦେଶରେ କ୍ଷୀର ଦର ସର୍ବାଧିକ ସ୍ତରରେ ପହଞ୍ଚିଥିବାବେଳେ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଥିବା ପାକିସ୍ତାନର ଏକ ଗଣମାଧ୍ୟମରୁ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ ପାକିସ୍ତାନର ଅନେକାଂଶ ଅଞ୍ଚଳରେ କ୍ଷୀରଲିଟର ପିଛା ୧୪୦ ଟଙ୍କା ବିକ୍ରି ହେଉଛି। ଅନ୍ୟପଟେ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୧୧୩ଟଙ୍କା ଓ ଡିଜେଲ ଲିଟର ପିଛା  ୯୧ ଟଙ୍କା ରହିଛି। ତେବେ ଆଶ୍ଚର୍ଯ୍ୟର କଥା ଯେ ବର୍ତ୍ତମାନ ପାକିସ୍ତାନରେ କ୍ଷୀର ଦର ପେଟ୍ରୋଲ ଠାରୁ ଅଧିକ ଅଛି।

ସୂଚନା ଅନୁସାରେ ଭାରତ ସହ ବାଣିଜ୍ୟ ସମ୍ପର୍କ ବିଚ୍ଛିନ୍ନ ହେବାପରେ ପାକିସ୍ତାନରେ ଟମାଟୋ କିଲୋ ୩ ଶହକୁ ଛୁଇଁଥିଲା।