କ୍ଷୀର ପ୍ୟାକେଟ୍ ଦ୍ୱାରା କରୋନା ସଂକ୍ରମଣ ଆଶଙ୍କା: ଏଫଏସ୍ଏସ୍ଏଆଇ

ନୂଆଦିଲ୍ଲୀ,ଏଜେନ୍ସି: କ୍ଷୀର ପ୍ୟାକେଟ୍ ଦ୍ୱାରା କରୋନା ଭୂତାଣୁର ସଂକ୍ରମଣ ହେବାର ସମ୍ଭାବନା ରହିଛି ବୋଲି ଫୁଟ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ସତର୍କ କରାଯାଇଛି। ଏପରିକି ଘରକୁ କ୍ଷୀର ପ୍ୟାକେଟ୍ ଆଣିବା ଓ ଏହାକୁ ଫୁଟାଇବା ଉପରେ ଅଧିକ ଧ୍ୟାନ ଦେବାକୁ ଏହି ସଂସ୍ଥା ପରାମର୍ଶ ଦେଇଛି। କେବଳ ସେତିକି ନୁହେଁ, କ୍ଷୀର କିଣିଲା ବେଳେ ନିଜେ ମାସ୍କ ପିନ୍ଧିବା ଓ କ୍ଷୀରବାଲା ମାସ୍କ ପିନ୍ଧିଛି କି ନାହିଁ ତାହା ଦେଖିବା ଆପଣଙ୍କ ଦାୟିତ୍ୱ ବୋଲି କୁହାଯାଇଛି। ବାହାରୁ ଆଣୁଥିବା କ୍ଷୀର ପ୍ୟକେଟକୁ ତୁରନ୍ତ ବ୍ୟବହାର ନକରି ପାଣିରେ ଏହାକୁ କିଛି ସମୟ ଭଲ ଭାବରେ ଧୋଇବାକୁ ହେବ। ପ୍ୟାକେଟ୍ ଧୋଇବା ପରେ ନିଜ ହାତ ଧୋଇ ସଫା କଇଁଚି ବା ଆବଶ୍ୟକ ସାମଗ୍ରୀରେ କ୍ଷୀର ପ୍ୟାକେଟ୍ କାଟି ସେଥିରୁ କ୍ଷୀର ବାହାର କରନ୍ତୁ ଏବଂ କ୍ଷୀର ଗରମ କରିବା ସମୟରେ ଯେପରି ଧୁଆ ହୋଇଥିବା ପାଣି କ୍ଷୀର ହାଣ୍ଡିରେ ନପଡେ ସେଥିପାଇଁ ଧ୍ୟାନ ଦିଅନ୍ତୁ। ପ୍ୟାକେଟ୍ରେ ଆସୁଥିବା କ୍ଷୀରକୁ ଫୁଟାଇ ବ୍ୟବହାର କରିବା ଆବଶ୍ୟକ ବୋଲି ଏହି ସଂସ୍ଥା ପରାମର୍ଶ ଦେଇଛି।