ଇଟାଲୀରେ ବଡ ଧରଣର ବିମାନ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୮ ଜୀବନ

ରୋମ,ଏଜେନ୍ସି: ମିଲନର ଲିନେଟ୍‌ ବିମାନବନ୍ଦରରୁ ଇଟାଲୀର ସର୍ଡ଼ିନିଆକୁ ଉଡ଼ାଣ ଭରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣଙ୍କର ପ୍ରାଣହାନି ଘଟିଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ମିଲନରେ ଥିବା ଦୁଇମହଲା ବିଶିଷ୍ଟ ଏକ ଅଫିସ୍‌ କୋଠାରେ ଖସିପଡ଼ି ଧକ୍କା ଖାଇଥିଲା। ଏହି ଅଫିସ୍‌ କୋଠା ଖାଲିଥିବା ବେଳେ ବିମାନରେ ଥିବା ୬ ଜଣ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। ସର୍ଦ୍ଦାର ଦ୍ୱୀପ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନ ମିଲାନର ଲିନେଟ ବିମାନ ବନ୍ଦରରୁ ଓହ୍ଲାଇବା ପରେ ଓହ୍ଲାଇଥିଲା। ଚାର୍ଟଡ ପ୍ଲେନ ଚଳାଉଥିବା ବ୍ୟକ୍ତି ଜଣଙ୍କ ରୋମାନିଆ ବିଲିୟନେୟାର ୬୮ ବର୍ଷୀୟ ଡ୍ରାନ ପେଟ୍ରେସ୍କୁ। ସେ ତାଙ୍କ ପତ୍ନୀ ଏବଂ ପୁଅ ସହ ମୃତ୍ୟୁ ବରଣ କରିଛନ୍ତି ବୋଲି ଇଟାଲୀ ଗଣମାଧ୍ୟମ କହିଛି।

ଏହି ଦୁର୍ଘଟଣା ପରେ ଅଫିସ୍ ବ୍ଲକ୍ ଏବଂ ପାର୍କିଂରେ ଲାଗିଥିଲା ନିଆଁ। ତେବେ କଣ ପାଇଁ ଦୁର୍ଘଟଣା ଘଟିଲା ତାର ତଦନ୍ତ ଆରମ୍ଭ ହୋଇଛି। କିଛି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ସିଙ୍ଗଲ୍ ଇଞ୍ଜିନ୍ ପାଇଲାଟସ୍ ଚଉ-୧୨ ତଳକୁ ଖସିଯିବା ପୂର୍ବରୁ ନିଆଁ ଲାଗିଯାଇଥିଲା। ସୂଚନା ଥାଉକି, ପେଟ୍ରେସ୍କୁ, ଜଣେ ରୋମାନିଆର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଥିଲେ।