ମାଇକ୍ ପମ୍ପେଓଙ୍କ ୟୁକ୍ରେନ୍ ଗସ୍ତ ବାତିଲ

ୱାଶିଂଟନ୍,ଏଜେନ୍ସି: ଇରାକସ୍ଥିତ ଆମେରିକା ଦୂତାବାସ ଉପରେ ଆକ୍ରମଣ କରାଯିବାରୁ ୟୁକ୍ରେନ୍ ଗସ୍ତକୁ ବାତିଲ କରିଛନ୍ତି ସ୍ୱରାଷ୍ଟ୍ର ସଚିବ ମାଇକ୍ ପମ୍ପେଓ। ସେ ଏକାଧାରରେ ୟୁକ୍ରେନ୍, ବେଲାରୁଷ, କାଜାଖସ୍ତାନ, ଉଜବେକିସ୍ତାନ ଓ ସାଇପ୍ରସ ଗସ୍ତ କରିବାର ଥିଲା। କିନ୍ତୁ ମଙ୍ଗଳବାର ଆମେରିକା ବାୟୁସେନାର ଇରାକସ୍ଥିତ ସିତେ ସମ୍ପ୍ରଦାୟ ଅଞ୍ଚଳ ଉପରେ ରକେଟ୍ ମାଡ଼ ଫଳରେ ୨୪ରୁ ଅଧିକ ଅର୍ଦ୍ଧସାମରିକ ଯବାନ ପ୍ରାଣ ହରାଇବାରୁ ଶତାଧିକ ଇରାକବାସୀ ଆମେରିକା ଦୂତାବାସକୁ ଧସେଇ ପଶିଥିଲେ। ଇରାକରେ ଉପୁଜିଥିବା ବିବାଦୀୟ ପରିସ୍ଥିତିର ସରଳ ସମାଧାନ ପାଇଁ ପମ୍ପେଓଙ୍କ ୟୁକ୍ରେନ୍ ଗସ୍ତ ବାତିଲ କରାଗଲା ବୋଲି ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ମୋର୍ଗାନ୍ ଓର୍ଟାଗୁସ୍ କହିଛନ୍ତି।