କଟକ,ଏନ୍ଏନ୍ଏସ୍: ବରିଷ୍ଠ ଓଡିଆ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଡନି ଜନିତ ରୋଗରେ ଆକ୍ରାନ୍ତ ହୋଇ କଟକର ଏକ ଗରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି। ଦାଶ ଗତ କିଛି ବର୍ଷ ଧରି କିଡନୀ ରୋଗରେ ପୀଡିତ ଥିଲେ ଏବଂ ଡିସେମ୍ବର ୭ ତାରିଖରୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏବେ ସେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲରେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଆର୍ଟିଷ୍ଟ ଆସୋସିଏସନ୍ର ସେକ୍ରେଟାରୀ ଶ୍ରୀତମ ଦାସ ସୂଚନା ଦେଇଛନ୍ତି । ତେବେ କିଡ୍ନୀ ସମସ୍ୟା ଥିବାରୁ ଗତ ୨ ବର୍ଷ ହେବ ତାଙ୍କର ଡାଉଲିସିସ୍ ଚାଲିଛି।