ପାଟଣା ବନଖଣ୍ଡକୁ ଶତାଧିକ ବିଦେଶୀ ପକ୍ଷୀଙ୍କ ଆଗମନ, ପରିବେଶବିତ୍‌ଙ୍କ ମନରେ ଉତ୍ସାହ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବନଖଣ୍ଡ ଅଧୀନ ଖିରେଇଟାଙ୍ଗିରି ଗ୍ରାମର ବଡ଼ବନ୍ଧ ଠାରେ ଶତାଧିକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି। ଫଳରେ ପରିବେଶବିତ୍‌ଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଏଥିସହିତ ପକ୍ଷୀମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି। ଶୀତୁଆ ପାଗ ସାଙ୍ଗକୁ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ପରିବେଶବିତ୍‌ଙ୍କୁ ବେଶ ଆକୃଷ୍ଟ କରିଛି।

ଗତକାଲି ଠାରୁ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୭୦ଟି ବିଦେଶୀ ପକ୍ଷୀ ଆସିଥିବା ପାଟଣା ବନଖଣ୍ଡ ଅଧିକାରୀ ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି। ଖିରେଇଟାଙ୍ଗିରି ବନପାଳ ଅମୂଲ୍ୟ ସେନାପତି, ଅକ୍ଷୟ ମହାନ୍ତି ଏବଂ ପାରାଷ୍ଟାଫ ପକ୍ଷୀଗଣନାରେ ନିୟୋଜିତ ଅଛନ୍ତି । ବିଦେଶୀ ପକ୍ଷୀଙ୍କ ଆଗମନ ପାଇଁ ପାଟଣା ରେଞ୍ଜ ପକ୍ଷରୁ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି।