ଦେବଗଡ ଜିଲ୍ଲାକୁ ଫେରିଲେ ତାମିଲନାଡୁରୁ ସର୍ବାଧିକ ଓ ଦିଲ୍ଲୀ-ବିହାରରୁ ସର୍ବନିମ୍ନ ପ୍ରବାସୀ ଜିଲ୍ଲା By Nitidin On May 20, 2020 Share ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ୨୪ ତାରିଖଠାରୁ ବିଭିନ୍ନ ପର୍ଯ୍ୟାୟରେ ସାରା ଦେଶକୁ ଲକଡାଉନ କରାଯାଇଛି। ଫଳରେ ଅନ୍ୟ ରାଜ୍ୟରେ କାମ ଧନ୍ଦା ପାଇଁ ଯାଇଥିବା ପ୍ରବାସୀ ଶ୍ରମିକମାନେ ବିଭିନ୍ନ ରାଜ୍ୟରେ ଫଶି ରହିଥିଲେ। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦେଖି ରାଜ୍ୟ ସରକାର ଅନ୍ୟ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ସହ କ୍ୱାରେଣ୍ଟାଇନ ସେଣ୍ଟରରେ ସେମାନଙ୍କୁ ରଖାଯାଇଥିବା ଜଣାପଡିଛି। ଏହିକ୍ରମରେ ଗତକାଲି ରାତି ୧୦ଟା ସୁଦ୍ଧା ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ସର୍ବାଧିକ ୩୦୬ ଜଣ ପ୍ରବାସୀ ଶ୍ରମିକ ଫେରି ୧୫ଟି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିବା ବେଳେ ବାରକୋଟ ବ୍ଲକର ୨୮୬ଜଣ ପ୍ରବାସୀଙ୍କୁ ୧୩ଟି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ସେହିପରି ତିଲେଇବଣୀ ବ୍ଲକରେ ୧୮୧ ପ୍ରବାସୀଙ୍କୁ ୯ଟି ଓ ଦେବଗଡ଼ ପୌରଞ୍ଚଳରେ ୨ଟି କ୍ୱାରେଣ୍ଟାଇନ ସେଣ୍ଟରରେ ୧୧ଜଣ ପ୍ରବାସୀଙ୍କୁ ରଖାଯାଇଥିବା ବେଳେ ୭ ଜଣ ପ୍ରବାସୀ ହୋମ କ୍ୱାରେଣ୍ଟାଇନ ଓ ପେଡ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡିଛି। ସେହିପରି ଦେବଗଡ଼ ଜିଲ୍ଲାକୁ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରେ ତାମିଲନାଡୁରୁ ସର୍ବାଧିକ ୩୪୬, ଗୁଜରାଟରୁ ୧୮୦, ଆନ୍ଧ୍ରପ୍ରଦେଶରୁ ୭୧, ମହାରାଷ୍ଟ୍ରରୁ ୫୯, ତେଲେଙ୍ଗାନାରୁ ୩୫, କର୍ଣ୍ଣାଟକରୁ ୨୩, ବିହାର ଓ ପଶ୍ଚିମବଙ୍ଗରୁ ୧୮ ଜଣ ଲେଖାଏଁ ଫେରିଥିବା ବେଳେ ଝାଡ଼ଖଣ୍ଡରୁ ୧୬, କେରଳରୁ ୧୧, ରାଜସ୍ଥାନରୁ ୯, ଦିଲ୍ଲୀ ଓ ବିହାରରୁ ଜଣେ ଲେଖାଏଁ ପ୍ରବାସୀ ଫେରିଥିବା ଜଣାପଡ଼ିଛି। Share