ପ୍ରଥମ ଥର ପାଇଁ ବିମାନରେ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଥମ ଥର ପାଇଁ ବିମାନରେ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ। ମୁମ୍ବାଇରେ ଫସିଥିବା ଶ୍ରମିକମାନଙ୍କୁ ଏକ ବିମାନ ରାଞ୍ଚି ଅଭିମୁଖେ ଉଡାଣ ଭରିଛି। ଏନଜିଓର ସାହାଯ୍ୟରେ ୧୭୭ ଶ୍ରମିକଙ୍କୁ ଏୟାରପୋର୍ଟରେ ପହଞ୍ଚାଯାଇଥିଲା।

ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ସକାଳ ୬ ଟାରେ ଏହି ଶ୍ରମିକମାନଙ୍କୁ ନେଇ ଏସିଆ ଫ୍ଲାଇଟ୍ ଉଡାଣ ଭରିଥିଲା। ତେବେ ବାଙ୍ଗଲୋର ଲ’ ସ୍କୁଲ ଏଲୁମନାଇ ଆଶୋସିଏସନ ର ପୂର୍ବ ଛାତ୍ର ସଙ୍ଘ କିଛି ଏନଜିଓଙ୍କ ସହ ମିଶି କେବଳ ମୁମ୍ବାଇରେ ଫସିଥିବା ପ୍ରବାସୀଙ୍କୁ ଏକାଠି କରିବା ସହ ସେମାନଙ୍କର ବିମାନ ଟିକେଟର ମଧ୍ୟ ବ୍ୟବସ୍ଥା କରିଥିଲେ।