ଫାଇଟର ଜେଟ୍‌ ମିଗ୍- ୨୯କେ ଟ୍ରେନର ଦୁର୍ଘଟଣା ଗ୍ରସ୍ତ

ଗୋଆ,ଏଜେନ୍ସି: ଭାରତୀୟ ନୌବାହିନୀର ଫାଇଟର ଜେଟ୍‌ ମିଗ୍– ୨୯କେ ଟ୍ରେନର ଶନିବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୋଆର ଦାବୋଲିମ୍ରେ ଏହାର ଟ୍ରେନିଂ ଚାଲୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ସମୟରେ ପାଇଲଟ କ୍ୟାପ୍ଟେନ ଏମ୍ ଶିଓଖଣ୍ଡ ଓ ଲିଉଟନାଣ୍ଟ କମାଣ୍ଡର ଦୀପକ ଯାଦବ ବିମାନରେ ଉପସ୍ଥିତ ଥିବାବେଳେ ସେମାନେ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ଆସିଯାଇଥିଲେ

ଭାରତୀୟ ନୌବାହିନୀର ପ୍ରବର୍ତ୍ତକ କମାଣ୍ଡର ବିବେକ ମଧୱାଲ କହିଛନ୍ତି ଯେ ବିମାନଟି ଟ୍ରେନିଂ ପାଇଁ ତିଆରି ହୋଇଥିବା ବେଳେ ବିମାନର ଇଞ୍ଜିନରେ ନିଆଁ ଲାଗିଯିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଏଥିରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍‍ କରି କହିଛନ୍ତି ଯେ ସବୁଠାରୁ ବଡ଼ କଥା ଯେ ଏହି ଦୁର୍ଘଟଣା ପୂର୍ବରୁ ବିମାନରୁ ପାଇଲଟମାନେ ସୁରକ୍ଷିତ ଭାବେ ବାହାରକୁ ପଳାଇ ଆସିଛନ୍ତି, ଏବଂ ତାଙ୍କର କୌଣସି କ୍ଷତି ନ ହୋଇଥାଉ ବୋଲି ସେ ପ୍ରାର୍ଥନା କରିଛନ୍ତି।