ମିଗ୍-୨୫କେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ଜଣେ ବିମାନ ଚାଳକ ଉଦ୍ଧାର ଜଣେ ନିଖୋଜ

ନୂଆଦିଲ୍ଲୀ,ଏଜେନ୍ସି: ଗତକାଲି ଆରବ ମହାସାଗରରେ ଭାରତୀୟ ନୌସେନାର ଏକ ମିଗ୍-୨୫କେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏନେଇ ଆଜି ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ଗତକାଲି ସନ୍ଧ୍ୟା ୫ଟାରେ ଘଟିଥିଲା। ତେବେ ଏହି ବିମାନରେ ଥିବା ଦୁଇ ବିମାନ ଚାଳକଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିବା ସୂଚନା ଦିଆଯାଇଛି। କିପରି ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ତଦନ୍ତ କରାଯିବ ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି। ସେହିପରି ଅନ୍ୟ ଜଣେ ବିମାନ ଚାଳକଙ୍କୁ ଖୋଜା ଚାଲିଛି।