ବିଦ୍ୟାଳୟରେ ମିଡ ଡେ ମିଲରେ ହେରଫେର ଅଭିଯୋଗ

ସୂବର୍ଣ୍ଣପୁର,ଏନ୍ଏନ୍ଏସ୍: ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ମିଡ ଡେ ମିଲର ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏଥିରେ ହେରଫେର ହେଉଥିବା ଅଭିଯୋଗ ହୋଇଛି। ସୂବର୍ଣ୍ଣପୁର ଜିଲ୍ଲାରେ ଏହି ଯୋଜନା ବାଟମାରଣା ହେଉଥିବା ବେଳେ ଏହି ଦୁର୍ନିତୀରେ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ହାତ ଥିବା ଅଭିଯୋଗ ହୋଇଛି।

ସୋନପୁର ବିଇଓ କାର୍ଯ୍ୟାଳୟରେ ଏହି ଚାଉଳ ବସ୍ତା ଅନଲୋଡ଼ିଂ ହେବା ପରେ ବସ୍ତାରୁ ଚାଉଳ କଢ଼ାଯାଇ ପୁର୍ନବାର ସିଲେଇ କରାଯାଉଥିବା ଦେଖାଯାଇଛି। ଏଥିସହ ସ୍କୁଲକୁ ଦିଆଯାଉଥିବା ଚାଉଳ ବସ୍ତାକୁ ବିନା ଓଜନରେ ଦିଆଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ଶିକ୍ଷକମାନେ ମଧ୍ୟ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।