ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ସ୍ଥାନ ପାଇଛି ଓଡ଼ିଆ ଭାଷା। ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ବିଶ୍ୱର ପ୍ରମୁଖ କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।
ଏହି ଘୋଷଣାରେ କୁହାଯାଇଛି ଓଡ଼ିଆ ଭାଷା ଖୁବ୍ଶୀଘ୍ର ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପ୍, ଏମଏସ ଅଫିସ, ଟ୍ରାନ୍ସଲେଟର ଫର ବିଙ୍ଗ ଏବଂ ଆଜୁର୍ କଗ୍ନିଟିଭ୍ ସର୍ଭିସେସ୍ ଟ୍ରାନ୍ସଲେଟର ଆଦିରେ ସ୍ଥାନ ପାଇବ।
ଉଲ୍ଲେଖ୍ୟଯୋଗ୍ୟଯେ ପୂର୍ବରୁ ହିନ୍ଦୀ, ବଙ୍ଗଳା,ଗୁଜରାଟୀ, କନ୍ନଡ, ମାଲାୟଲମ୍, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁୁୁ, ଉର୍ଦ୍ଦୁ ଏବଂ ଇଂରାଜୀ ଭାଷାରେ ମାକ୍ରୋସଫ୍ଟ କାର୍ଯ୍ୟ କରୁଛି।