ଟୋକିଓ ଅଲମ୍ପିକ୍ସ: ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଈ ଚାନୁ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସର ପ୍ରଥମ ଦିନରେ ଭାରତ ପଦକ ତାଲିକାରେ ଖାତା ଖୋଲିବାରେ ସଫଳ ହୋଇଛି। ଆଉ ଭାରତକୁ ଏହି ସଫଳତାର ସ୍ୱାଦ ଚଖାଇଛନ୍ତି ମୀରାବାଈ ଚାନୁ। ଭାରୋତ୍ତୋଳନର ୪୯ କିଲୋଗ୍ରାମ ମହିଳା ବର୍ଗର୍ରେ ରୌପ୍ୟ ପଦକ ଜିତି ଚାନୁ ଇତିହାସ ରଚିଛନ୍ତି। ସେ ସ୍ନାଚରେ ୮୭ ଓ କ୍ଲିନ ଆଣ୍ଡ ଜର୍କରେ ୧୧୫ କେଜି ଉଠାଇଛନ୍ତି। ଚାନୁଙ୍କୁ ଏହି ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭକାମନା ଜଣାଇଛନ୍ତି।

ସୂଚନାଯୋଗ୍ୟ, ମୀରାବାଈ ଦ୍ୱିତୀୟ ମହିଳା ଭାରୋତ୍ତୋଳନକାରୀ ଯିଏକି ଅଲମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଛନ୍ତି। ଟୋକିଓ ଅଲମ୍ପିକ୍ସରେ ଚୀନର ଜଜିହୁଙ୍କୁ ୪୯ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ମିଳିଛି।