ସେପ୍ଟେମ୍ବର ୭ରୁ ଆରମ୍ଭ ହେବ ମେଟ୍ରୋ ସେବା

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦିଲ୍ଲୀରେ ସେପ୍ଟେମ୍ବର ୭ ତାରିଖରୁ ମେଟ୍ରୋ ଚଳାଚଳ କରିବ। ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବେଜଲ କେଜ୍ରିୱାଲ ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ମେଟ୍ରୋ ଚଳାଚଳକୁ ନେଇ ଗାଇଡଲାଇନ ଜାରି କରିବେ। ଜଣେ ଅଧିକାରୀଙ୍କ କହିବା ମୁତାବକ, ମେଟ୍ରୋ ଷ୍ଟେସନର ଏଣ୍ଟ୍ରି ପଏଣ୍ଟ ସୀମିତ ରହିବ। ମେଟ୍ରୋ ଚଳାଚଳ କରିବା ପରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ସହ ଓ ସାମାଜିକ ଦୂରତା ବଜାୟ ରଖିବାର ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ।