ଏବେ ରାତି ୧୦ଟା ନୁହେଁ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ମେଲୋଡ଼ି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ରାତି ୧୦ଟା ନୁହେଁ ରାତି  ୧୨ଟା ପର୍ଯ୍ୟନ୍ତ ବାଜିବ ଡିଜେ ହେବ ମେଲୋଡ଼ି। ଟ୍ୱିନ ସିଟିରେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡ଼ି ଚାଲିବ। ଏ ନେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ରାତି ୧୦ଟା ପରେ ସହରରେ ଡିଜେ ବାଜି ପାରିବ ନାହିଁ ବୋଲି ନିୟମ ରହିଥିଲା। ତେବେ ଏହି ନିୟମକୁ ଦଶହରା ଅବସରରେ କୋହଳ କରାଯାଇଥିବା କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ବର୍ତ୍ତମାନ ଟ୍ୱିନ ସିଟିରେ ରାତି ୧୨ଟା ପର୍ଯ୍ୟନ୍ତ ଡିଜେ ବାଜି ପାରିବ ଓ ମେଲୋଡ଼ି ହୋଇପାରିବ।