ଭୁବନେଶ୍ୱର,ଏନ୍ଏନ୍ଏସ୍: ଏବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା। ପୂର୍ବରୁ ଜାରି ରହିଥିବା ମାର୍କିଂ ପଦ୍ଧତିରେ ଏବେ ପରିବର୍ତ୍ତନ କରିବା ନେଇ ଯୋଜନା କରୁଛି ବୋର୍ଡ। ତେବେ ଚଳିତ ଥର ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଯାଉଛି ଏହା ସହିତ ଶେଷ ତ୍ରୈମାସିକ ପରୀକ୍ଷାର ମାର୍କ ମଧ୍ୟ ଫାଇନାଲ ପରୀକ୍ଷା ମାର୍କ ସହିତ ମିଶାଇ ରେଜଲ୍ଟ ପ୍ରକାଶ କରିବାକୁ ପ୍ରସ୍ତାବ ରହିଛି।
ତେବେ ଏନେଇ ବୋର୍ଡ କର୍ତ୍ତୃପକ୍ଷ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ବସିଥିବା ବୈଠକରେ ନିଷ୍ପତି ନିଆଯାଇଛି। ତେବେ ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ଆଉ ଏକ କମିଟି ମଧ୍ୟ ଗଠନ କରାଯିବ ବୋଲି ସୂଚନା ରହିଛି ଏହି କମିଟିରେ ବରିଷ୍ଠ ଶିକ୍ଷାବିତ୍ଙ୍କ ସହିତ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିବେ।
ଏପଟେ ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବା ଏବେବି ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି। ଯାହାକୁ ନେଇ ଏବର୍ଷ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଉଛି।