ନୂତନ ଭୋଟରକୁ ଭୋଟର ଲିଷ୍ଟରେ ସାମିଲ ପାଇଁ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଭଳି ନୂତନ ଭୋଟରଙ୍କୁ ଭୋଟର ଲିଷ୍ଟରେ ସାମିଲ କରାଯିବ ସେନେଇ ‘ମୁଁ ବି ମିତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ୬୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ନୂତନ ଭୋଟରକୁ ସାମିଲ କରିବା ପାଇ ‘ମୁଁ ବି ମିତା’ କାର୍ଯ୍ୟକ୍ରମ କରାଯାଉଥିବା ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ବିଜୟା ନନ୍ଦ ସେଠୀ କହିଥିଲେ । ଏହି ପରିପ୍ରେକ୍ଷୀରେ ୨୦୨୪ ଜାନୁଆରୀ ୧ ପର୍ଯ୍ୟନ୍ତ ଯେଉଁମାନଙ୍କୁ ୧୮ ବର୍ଷ ହେଉଥିବ ସେମାନଙ୍କୁ ଭୋଟର ଲିଷ୍ଟରେ ସାମିଲ କରାଯିବ । ଏନେଇ ପାଟଣାଗଡ଼ ଉପଖଣ୍ଡରେ ଥିବା ସମସ୍ତ କଲେଜରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ କଲେଜ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜବାହାରଲାଲ ମହାବିଦ୍ୟାଳୟର ଛାତ୍ରୀ, ପାଟଣେଶ୍ୱରୀ ମହିଳା କଲେଜ ଛାତ୍ରୀ, ଭଇଁଷା ଓ ଯୋଗୀମୁଣ୍ଡା କଲେଜର ଛାତ୍ରୀମାନେ ଯୋଗଦେଇ ସମସ୍ତଙ୍କୁ ସଚେତନ କରାଯାଇଥିଲା ।