ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ମନ୍ଦିର କାର୍ୟ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବା ସହ ଶ୍ରୀମନ୍ଦିର ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା ହେବ। ସୂଚନାଯୋଗ୍ୟ ଯେ ନଭେମ୍ବର ୪ରେ ଯେଉଁ ଶୁଣାଣି ହୋଇଥିଲା ସେଥିରେ ସୁପ୍ରିମକୋଟ ୨୨ଟି ପ୍ରସ୍ତାବ ଦେଇଥିଲେ। ଜାନୁଆରୀ ୮ରେ ପରବର୍ତ୍ତୀ ଶୁଣାଣି ହେବା ନେଇ ଜଣାପଡ଼ିଛି।