‘ୱେ-ଫରୱାର୍ଡ ଭିଜନ ୨୦୨୦-୨୫’ କାର୍ଯ୍ୟକାରୀ ନିମନ୍ତେ ବୈଠକ

ଭୁବନେଶ୍ୱର,୨୭ା୮/ଏନ୍ଏନ୍ଏସ୍: ଓଡ଼ିଶା ହେଲଥ ପଲିସ୍ ‘ୱେ-ଫରୱାର୍ଡ ଭିଜନ ୨୦୨୦-୨୫’ କାର୍ଯ୍ୟକାରୀ କରିବା ନେଇ ଏନ୍ଏଚ୍ଏମ୍ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଵୈଠକରେ ନୂତନ ଭାବରେ କିପରି ରୋଗୀମାନଙ୍କୁ ଗୁଣାତ୍ମକମାନର ଚିକିତ୍ସା, ନୂଆ ଯୋଜନା, ତୃଣମୂଳସ୍ତରରେ ରୋଗୀ ସେବା ଯୋଗାଇବା, ବିଭିନ୍ନ ପୁରୁଣା ପଲିସର ଅସୁବିଧା, ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଅଭାବ, ନୂଆ ଗାଇଡଲାଇନ , ଭିତ୍ତିଭୂମି ସୁଦୃଢ଼ ଆଦି ଅନେକ ଦିଗ ଉପରେ ଆଲୋଚନା ହୋଇଥିଲା। ସେହିପରି ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ହେଲଥ ପଲିସ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିରେ ଵିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଉପସ୍ଥିତ ରହି ନିଜ ନିଜର ମତ ରଖିଛନ୍ତି। ଏହି ବୈଠକରେ ମୁଖ୍ୟ ଉପଦେଷ୍ଟା ଡାକ୍ତର କେ ଶ୍ରୀନାଥ ରେଡ୍ଡୀ ଉପସ୍ଥିତ ରହି ସମସ୍ତ କଖା ଶୁଣିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍ଏଚ୍ଏମ୍ ନିଦ୍ଦେଶିକା ଶାଳିନୀ ପଣ୍ଡିତ, ପ୍ରଫେସର ଅଶୋକ ମହାପାତ୍ର, ଡାକ୍ତର ହରପ୍ରସାଦ ଦାସ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।