ଡେଲାଙ୍ଗ ବ୍ଲକରେ ୮ଟି ବିଦ୍ୟାଳୟକୁ ରୂପାନ୍ତରି କରଣ ପାଇଁ ପ୍ରସ୍ତୁତି ବୈଠକ

ଡେଲାଙ୍ଗ,ଏନ୍ଏନ୍ଏସ୍: ରାଜ୍ୟସରକାର ଶିକ୍ଷାକ୍ଷେତ୍ରରେ ଗୁରୁତ୍ୱ ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡେଲାଙ୍ଗ ବ୍ଲକରେ ଆହୁରି ୮ଟି ବିଦ୍ୟାଳୟକୁ ରୂପାନ୍ତରୀକରଣ ତଥା ୫ଟିରେ ସାମିଲ କରିବା ପାଇଁ ନିଷ୍ପତି ନେଇଛନ୍ତ। ଏନେଇ ପୁରୀ ଜିଲ୍ଲାପାଳ ଡ. ସମର୍ଥ ବର୍ମା ଆଜି ଭିସି ମଧ୍ୟମରେ ଜିଲ୍ଲାର ସମସ୍ତ ବ୍ଲକର ନିର୍ଦ୍ଧାରିତ ବିଦ୍ୟାଳୟକୁ ୫ଟିରେ ସାମିଲ କରିବା ଦିଗରେ ଆଲୋଚନା କରିଥିଲେ।

ଡେଲାଙ୍ଗ ବ୍ଲକରେ ବ୍ଲକ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୮ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପୂରାତନ ଛାତ୍ର ସଂସଦ, ସ୍ଥାନୀୟ ସରପଞ୍ଚ, ପରିଚାଳନା କମିଟି ସଭାପତି ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ବିଦ୍ୟାଳୟର ସ୍ଥିତି କ’ଣ ରହିଛି ଓ ରୂପାନ୍ତରିକରଣ ପାଇଁ ଆବଶ୍ୟକତା ସମ୍ପର୍କରେ ଆଲୋଚନା ହୋଇଥିଲା। ଡେଲାଙ୍ଗ ବ୍ଲକର ଅଭୟମୁଖୀ ପଞ୍ଚାୟତର ସର୍ବପଲ୍ଲୀ ବିଦ୍ୟାପୀଠ, ଶ୍ରୀପୁରୁଷୋତ୍ତମପୁରର ଶ୍ରୀ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟ, ଧାନକେରାର କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ, ଗଡମୋଟରୀର ବିଶ୍ୱନାଥଦେବ ଉଚ୍ଚ ବିଦ୍ୟାପୀଠ, ଡେଲାଙ୍ଗ ହାଟ ବଜାରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସାଉରିଆର ଘୋରଡିଆ ଉଚ୍ଚ ବିଦ୍ୟାଳୟ, ଚାଇଁପୁରର ସଡାଙ୍ଗୋଇ ଉଚ୍ଚ ବିଦ୍ୟାଳୟ, ଘନିପୁର ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠକୁ ରୂପାନ୍ତରିକରଣ କରିବା ଦିଗରେ ଆଲୋଚନା ହୋଇଥିଲା।

ପୂର୍ବରୁ ୪ଟି ବିଦ୍ୟାଳୟକୁ ୫ଟିରେ ସାମିଲ କରାଯାଇଥିବା ବେଳେ ଏବେ ନୂତନ ଭାବେ ୮ଟି ବିଦ୍ୟାଳୟକୁ ସାମିଲ କରିଯିବ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ରାଜେଶ୍ୱର ମହାରଣା, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ରାଉତ, ସ୍ୱାଗତିକା ପ୍ରଧାନ, ଚିତ୍ରୋତ୍ପଳା ନାୟକ, ଜିପିଓ ରତିକାନ୍ତ ସାହୁ, ପ୍ରଧାନଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ, ଧାନକେରା ସରପଞ୍ଚ ପ୍ରସନ୍ନ କୁମାର ଜେନା, ପଦ୍ୟୁମ୍ନ ପରିଡା, କୁନିମଣି ରାଉତରାୟ ପ୍ରମୁଖ ଉପସ୍ଥିତଥିଲେ।